Monday, August 12, 2024

Aamar Padar Malmali Lyrics

 Aamar Padar Malmali Lyrics

କିଏ କହୁଛେ ଟାଟୂ ବାଲି

କିଏ କହୁଛେ ପୁଚକି ଗାଳି

ବୁଆ ଗୋ ମୋର ସୁନାର ଥାଳି

ହଏ ଗୋ ଆମର ପଡାର ମଳମାଳି

ଟୋରୋ ଟୋରୋ ଚାଲି

ହଏ ଗୋ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି

ଘାଏ କେ ଘାଏ ବାହାରୁଛୁ ପଡାକେ ବୁଲି

ହଏ ଗୋ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି

ଘାଏ କେ ଘାଏ ବାହାରୁଛୁ ପଡାକେ ବୁଲି

ରୂପବତୀ ମୁଇ ସୁପର ବିଉଟି

ଚାଲିଗଲେ ମୁଇ ସତେ ବାଜୁଚ୍ଛେ ସିଟି

ରୂପବତୀ ମୁଇ ସୁପର ବିଉଟି

ଚାଲିଗଲେ ମୁଇ ସତେ ବାଜୁଚ୍ଛେ ସିଟି

ଷ୍ଟାଇଲ ମୋର ସ୍ମଇଲ ନିଶା ମହୁଳି

ଆଁ କରି ଦେଖୁଥା ରେ ମତେ ଟିଙ୍ଗାଳୀ

ଏ ହେ  ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି

ଘାଏ କେ ଘାଏ ବାହାରୁଛୁ ପରାକେ ବୁଲି

 

ଚାନଲି ଥି ଦେମି ତତେ ଛାନି ଗୋ ହିରୋଗିରି ଛଡେଇ ଦେମି ନାଇ ଜାନି

ଏତକି ସୁନ୍ଦର କାଏଁ ଯେ ହେଲୁ ଲୋ ସଜନି ଡପକୁଛୁ ଲୋ ତତଲା ପାନୀ

ଲେହେଙ୍ଗା ଥି ଲଟକେଇ ଦେମି ମୋର ମୁଡର ଲାଲୀ ପିଞ୍ଜରା ଥି ତ ଭରି ଦେମି

ଚିଡିଆ ଖାନା ନେଲେ ଜିମି ଲୋ ସେରନି ତୋର ପ୍ରେମ ଜଳେ ବାନ୍ଧି ଛନ୍ଦି ହେମି

ଲାଗି ଯିବା ଯଦି ମହନି ଅଠା

ମହୁ ବି ତତେ ଲାଗବା ସିଠା

ଲାଗି ଯିବା ଯଦି ମହନି ଅଠା

ମହୁ ବି ତତେ ଲାଗବା ସିଠା

ତୋର ସପନ ଭରମ ସବୁ ଯିବୁ ରେ ଭୁଲି

ଆଁ କରି ଦେଖୁଥା ରେ ମତେ ଟିଙ୍ଗାଳୀ

ହଏ ଗୋ ହଏ ଗୋ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି

ଘାଏ କେ ଘାଏ ବାହାରୁଛୁ ପରାକେ ବୁଲି

 

 

ଦେଖତ ପିଲାର ଗୁଲଗୁଲା ରେ ଟୁପାଡାବୁ ସୃ ଅଛେ ପୁରା ଢିଲା

ଓ ହୋ ବନେଇ ପକା ଜିଗର ବାଲା ତୋର ଚେହେରା ଥୀ ମନ ସତେ ରସି ଗଲା

କୁଆ କଲା କୁଇଲି କଲା ରେ କଲା ମୁହାଁ ଦରପନ ଦେଖି ଭାଙ୍ଗି ଗଲା

ରଙ୍ଗୀନ ଲେଲା ମଧୁବାଲା ତୋର ଗୁରି ଗଲେ ଏଡଭାନ୍ସ ପପି ଫ୍ରୀଜ ହେଲା

କଥା କହି ଜାନୁ ବାବୁ ରେ ତୁଇ ମାନି ଜିମି ମୁଇ ମନାବୁ ତୁଇ

ମୋର ଲାଗି ତୋର ଲାଗି ଯେତେ ଗହଳି

ଆଁ କରି ଦେଖୁଥା ରେ ମତେ ଟିଙ୍ଗାଳୀ

ହଏ ଗୋ ହଏ ଗୋ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି

ଘାଏ କେ ଘାଏ ବାହାରୁଛୁ ପରାକେ ବୁଲି

No comments:

Post a Comment

Kana Heigala Sajani Ke Lyrics Sambalpuri

  ସଜନି କାଣା ହେଇଗଲା କାଣା ହେଇଗଲା ପହେଲା ପହେଲା ଦେଖୁଥିଲୁ ଯେ ଲାଜେ ହେଉଥିଲୁ ଲାଜେ ହେଉଥିଲୁ ସାଙ୍ଗ ସାଥିର ଭିଲେ ଚହରା ଦେଇ ଲୋ ହସି ଦେଉଥିଲୁ ହସି ଦେଉଥି...